ଚଳିତ ବର୍ଷ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା

ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍‌ କମିଟି ପ୍ରସ୍ତାବ ଦେଇଛି । ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ୧୦ ତାରିଖ ସୁଦ୍ଧା ସମସ୍ତ ବ୍ୟବସ୍ଥା କରିବାକୁ ସିଏମସି ଓ ଜିଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାବଣ ପୋଡ଼ି ଦେଖିବାକୁ କଟକକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ ଟ୍ରାଫିକର ସୁପରିଚାଳନା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

kc ads