ଚଳିତ ମାସରେ ମିଳିବ ଗହମ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଚଳିତ ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଇ ଦିଆଯିବ। ରାଜ୍ୟରେ ଉପଲବ୍ଧ ଗହମ ତୁରନ୍ତ ଖାଉଟିଙ୍କୁ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଦ୍ୱିତୀୟ ପଯ୍ୟାୟ ସ୍ଥଗିତ ରଖାଯାଇଛି । ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ ।ସେ ଜଣାଇଛନ୍ତି ଯେ, ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ଏଣିକି ବଳକା ଚାଉଳ ନେବ ଏଫସିଆଇ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ବଳକା ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନେବାକୁ ସହମତି ପ୍ରକାଶ ପାଇଛି। ଏଫସିଆଇ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର।

ଅଧିକ ପଢନ୍ତୁ

Odisha Darpan Digital