ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବାପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍’ ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ ।ଏହାସହ ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା ।ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ବୈଠକେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା ।
