ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ। ତାଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ସୂଚନାରୁ ଜଣାପଡ଼ିଛି। ଶ୍ରଦ୍ଧାଳୁ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ସେହିଭଳି ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯିବା ସମୟରେ ବେହରଣ ଦ୍ୱାର ନିକଟରେ ଜେଟିପି ଧରି ଗାରଦରେ ଅଟକ ରଖିଛନ୍ତି।ପୂର୍ବରୁ ମଧ୍ୟ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ । ଧରା ପଡ଼ିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଥିଲା ସିଂହଦ୍ବାର ପୁଲିସ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ଉକ୍ତ ଯୁବକ । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍‌କୁ ଯାଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରିଥିଲା । ଯୁବକକୁ ଧରିବା ସହ ପଚରାଉଚୁରା କରିବା ପରେ ଛାଡିଦେଇଥିଲା ପୁଲିସ ।

ଅଧିକ ପଢନ୍ତୁ

Odisha Darpan Digital