ଅବକାରୀ ବିଭାଗର ବଡ ପଦକ୍ଷେପ । ୮ ଜଣ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବହିଷ୍କୃତ ୩ ଏଏସ୍ଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦୀପ୍ତ ଦାସ ଓ ନିରଞ୍ଜନ ଖଟୁଆ ରହିଥିବା ବେଳେ ୫ କନଷ୍ଟେବଳଙ୍କ ମଧ୍ୟରେ ଦୀପକ ପାଣିଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ।ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।
