ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ ୨୩ ତାରିଖରେ ବାରାକରୁ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇର ପରିମାଣ ୧୫ କେଜି ୯୩୦ ଗ୍ରାମ ଥିଲା।ବହିଷ୍କୃତ ତିନି ଯବାନ ହେଲେ ହାବିଲଦାର କୁନାର ସିଂ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବରାଳ । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ନିଲମ୍ବିତ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ୩ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସପି । ଏହାପରେ ସେହି ୩ ଆଇଆରବି ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
