ଚାନ୍ଦବାଲି ଦୁଷ୍କର୍ମ ଘଟଣା: ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟ।। ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରଙ୍କ ନୁହେଁ ସମାଜର ବି ଦାୟିତ୍ୱ ଅଛି । ଝିଅମାନଙ୍କ ଉପରକୁ ଆସୁଥିବା ଅତ୍ୟାଚାର ରୋକିବାକୁ ପଡିବ । ଏବେ ସରକାରଙ୍କ ବଡ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକ କରାଯିବ । ସୁଚନା ମୁତାବକ ଗତକାଲି ସକାଳେ ୧୦ ବର୍ଷିୟା ନାବାଳିକା ନିଖୋଜ ଥିଲେ । ପରେ ସନ୍ଧ୍ୟାରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ କରି ଅନ୍ଧକାର ଭିତରେ ବୁଦାଳିଆ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏବେ ମୂଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।

ଅଧିକ ପଢନ୍ତୁ