ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ । ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅସ୍ତ୍ର’ । ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି ।

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ତେଜସ ଏୟାର କ୍ରାଫ୍ଟ ଦ୍ୱାରା ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଟାର୍ଗେଟକୁ ହିଟ୍ କରିଛି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର । ତେବେ ଅସ୍ତ୍ରର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏୟାର ଫୋର୍ସ, ଏଡିଏ ଏବଂ ହାଲକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଡିଆରଡିଓ ଚେୟାରମ୍ୟାନ୍ ଡ.ଭି. କାମାତ ବୈଜ୍ଞାନିକ ଓ ଟେକନିସିଆନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଅଧିକ ପଢନ୍ତୁ