ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାରେ ଭକ୍ତଙ୍କ ଭୀଡ଼ ଯୋଗୁ ସବୁ ବ୍ୟବସ୍ଥା ଧ୍ୱଂସ୍ତ ହୋଇଛି। ଖାସ କରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଯାଉଥିବା ରାସ୍ତାରେ ୪୫ କିଲୋମିଟର ଦୀର୍ଘ ଜାମ ଲାଗିଛି। ଚଳିତବର୍ଷ ଯାତ୍ରାରେ ସାମିଲ ହେବାକୁ ଆଶାଠୁ ଅଧିକ ପହଁଚିବା ସହ ପରିସ୍ଥିତି ଅଣାୟତ ହୋଇପଡିଛି । ସେପଟେ ଶ୍ରଦ୍ଧାଳୁଙ୍କ ମୃତ୍ୟୁପରେ ଦୁଇ ଦିନ ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ କରାଯାଇଛି । ପ୍ରତିବର୍ଷ ହରିଦ୍ୱାରା, ରିଷିକେଶ ଓ ଡେରାଡୁନରୁ ଆରମ୍ଭ ହୋଇଥାଏ ଚାରିଧାମ ଯାତ୍ରା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସତ୍ୱେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ମଙ୍ଗଳବାର କେଦାରନାଥ ଓ ବଦ୍ରିନାଥରେ ୨୩ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି।
ଏଥି ମଧ୍ୟରେ ଜାମ୍ ରେ ଫଶି ରହିବା କାରଣରୁ ୫ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଗାଡ଼ିରେ ବସିଥିବା ବେଳେ ମୃତ୍ୟୁ ହୋଇଛି। ଚାରିଧାମ ଯାତ୍ରାର ଗତ ୪ ଦିନରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହେଲାଣି। ମୃତ ଭକ୍ତମାନଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ । ଏମାନଙ୍କ ମଧ୍ୟରୁ କେତେକ ଡାୟବେଟିଜ୍ ଓ ବ୍ଲଡ ପ୍ରେସରରେ ପୀଡ଼ିତ ଥିଲେ। ସୂଚନା ଅନୁସାରେ ଏପ୍ରିଲ ୧୫ରୁ ମେ ୧୪ ପର୍ଯ୍ୟନ୍ତ ମୋଟ ୨୬ଲକ୍ଷ ୭୩ ହଜାର ୫୧୯ ଶ୍ରଦ୍ଧାଳୁ ପଂଜୀକରଣ କରିସାରିଛନ୍ତି । ଗଙ୍ଗୋତ୍ରୀ ପାଇଁ ୪ଲକ୍ଷ ୨୧ ହଜାର ୩୬୬, ଯମୁନୋତ୍ରୀ ପାଇଁ ୪ଲକ୍ଷ ୭୮ ହଜାର ୫୭୬., ହିମକୁଣ୍ଡ ସାହେବ ପାଇଁ ୬୦ହଜାର ଅନଲାଇନ ପଂଜୀକରଣ ସରିଛି । ୨୦୧୩ରେ ଚାରିଧାମ ଯାତ୍ରାରେ ୨ଶହ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ।