ପୀତବାସ ପଣ୍ଡା ହତ୍ୟା ଘଟଣା ଚାର୍ଜସିଟ୍ରେ ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ତେବେ ଚାର୍ଜସିଟ୍ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି ।ପୀତବାସ ପଣ୍ଡା ହତ୍ୟା ମାମଲାରେ ସଙ୍ଗୀନ ଅଭିଯୋଗ ଆଣିଲେ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ। ପଚାରିଲେ କୁଆଡ଼େ ଗଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ? ପୀତବାସଙ୍କ ପଇତାରୁ ମିଳିଥିଲା ସିକ୍ରେଟ୍ ଚାମ୍ବର ଚାବି। ଆଉ ସେହି ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ପେନ୍ ଡ୍ରାଇଭ୍। ଉକ୍ତ ପେନ୍ ଡ୍ରାଇଭରେ ଥିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ। ଚାର୍ଜସିଟରେ ତଥ୍ୟ ଥିଲା କିନ୍ତୁ କୋର୍ଟରେ ଦର୍ଶାଯାଇନି।
ପେନ୍ଡ୍ରାଇଭ୍ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଓକିଲ ଦୀପକ ପଟ୍ଟନାୟକ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ।ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ ତାରିଖରେ ଏହି ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଗତବର୍ଷ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ଟାରେ ବୈକୁଣ୍ଠନଗର ଛକରେ ଘର ଆଗରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଚାର୍ଜସିଟ୍ ଅନୁସାରେ ଏହା ପୂର୍ବରୁ ସେପ୍ଟେମ୍ବର ୧୦ ଏବଂ ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରିବାକୁ ଆସି ଅଭିଯୁକ୍ତମାନେ ନିରାଶ ହୋଇଥିଲେ । ଚାର୍ଜସିଟରେ ଆଉ ଏକ ନୂଆ କାରଣ ଯୋଡ଼ିହେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
