ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଁ କଠୋର ହେଲେ କେନ୍ଦ୍ର ସରକାର। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟ।କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, 1989ର ନିୟମ 167 ଓ 167A ସଂଶୋଧନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଦ୍ୱାରା Central Motor Vehicles Rules, 2026 ନେଇ ଗେଜେଟ ନୋଟିଫିକେସନ ଜାରି। ଏହି ନୂଆ ଆଇନ 1 ଜାନୁଆରୀ 2026 ରୁ ଲାଗୁ।କୌଣସି ଗାଡ଼ି ଉପରେ ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିଥିଲେ, ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ।ଆହୁରି ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡି ଜବତ କରାଯାଇପାରିବ। ଚାଲାଣ କଟିବାର ୧୫ ଦିନ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ ଖିଲାପିଙ୍କ ପାଖକୁ ପଠାଯିବ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ଏହା ପଠାଯିବ। ଗାଡି ଯେଉଁମାନଙ୍କ ନାମରେ ପଞ୍ଜୀକୃତ କରାଯାଇଛି ସେହି ମାଲିକଙ୍କ ପାଖରେ ଏସଏମଏସ ଓ ଇମେଲ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ।ଚାଲାଣ ଦେୟ ନ ଦେଲେ ଦୈନିକ ଇ-ନୋଟିସ୍ ପଠାଯିବ |ଚାଲାଣ ନ ଦେଲେ DL / RC ରଦ୍ଦ ହୋଇପାରେ |ନେଟୱର୍କ ନଥିଲେ ଅଫଲାଇନ୍ ଡାଟା ରେକର୍ଡ, ପରେ ପୋର୍ଟାଲରେ ଅପଲୋଡ୍ ହେବ

ଅଧିକ ପଢନ୍ତୁ