ଚାଲୁନି ବିଧାନସଭା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଗୃହରେ ଚାଷୀ ସମସ୍ୟା ନେଇ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଜାରି ରଖିଛନ୍ତି । ଆଜି ମାତ୍ର ୬ମିନିଟ ଗୃହ ଚାଲିବା ପରେ ଆଜି ପ୍ରଶ୍ନକାଳ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢୀ । ବିଜେଡି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତି । ୧୧ଟା ୩୦ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ପରିସ୍ଥତି ସୃଷ୍ଟି ହୋଇଥିଲା । ଏହା ପରେ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁନଃ ହଟ୍ଟଗୋଳ ହେବାରୁ ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି ।କଂଗ୍ରେସ କହିଛି, ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ । ଚାଷୀ ଅପେକ୍ଷା କରିଛନ୍ତି, ବିଧାନସଭାରେ କଣ ଆଲୋଚନା ହେବ । ସେପଟେ ବିଜେପି କହିଛି ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ବିରୋଧୀଙ୍କ କୌଣସି ଆନ୍ତରିକତା ନାହିଁ । କେବଳ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରାଯାଉଛି ବୋଲି ଦଳ କହିଛି ।

ଅଧିକ ପଢନ୍ତୁ