ଚାଷୀଙ୍କୁ ୮୦୦ ନୁହେଁ, ୭୩୧ ଟଙ୍କା ମିଳୁଛି- ଯୋଗାଣ ମନ୍ତ୍ରୀ

ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନପୁଟ ସବସିଡି ମିଳୁଛି । ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରସ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଏହା ସ୍ପଷ୍ଟ କରୁଛନ୍ତି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଅନ୍ୟପଟେ ମାପରେ ଠକୁଥିବା ଅଭିଯୋଗରେ ୭ ଗହଣା ଦୋକାନ ଉପରେ ଆକ୍ସନ ନିଆଯାଇଛି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିରେ ବହୁ ବଡ ବଡ ଜୁଏଲାରୀ ବ୍ରାଣ୍ଡର ନାଁ ଅଛି, ୮୦ ହଜାର ଜରିମାନା ଦେଇଛନ୍ତି । କେନ୍ଦୁଝରର ୩, ସମ୍ବଲପୁରର ୨, ସୁନ୍ଦରଗଡ ଓ ପୁରୀର ଗୋଟିଏ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୪ ବର୍ଷରେ ୨୩ଟି ଗହଣା ଦୋକାନ ମାପରେ ତ୍ରୁଟି କରୁଥିବା ଧରାପଡିଛନ୍ତି । ସେମାନଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।

ଅଧିକ ପଢନ୍ତୁ