ଚାଷୀଙ୍କ ପାଇଁ ଖୁସିର ଖବର। ୭ ଦିନ ବଢିଲା ଧାନକିଣା ଅବଧି

ଖରିଫ ଧାନକିଣାରେ ରାଜ୍ୟ ସରକାର ୭ ଦିନ ବୃଦ୍ଧି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା । ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା । ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଏବେ ଏହି ପ୍ରକ୍ରିୟା ଆଉ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ । ଯେଉଁ ଚାଷୀଙ୍କ ପାଖରେ ବୈଧ ଟୋକନ୍ ଅଛି କିନ୍ତୁ ଧାନ ବିକ୍ରି କରିପାରିନାହାନ୍ତି, ସେମାନଙ୍କୁ ପ୍ରାଥମିକତା ଦିଆଯିବ ।

ଅଧିକ ପଢନ୍ତୁ