ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ ସେମାନଙ୍କୁ ସିଏମ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ସିଏମ କିଷାନ ଯୋଜନା ପାଇଁ ମୋହନ ସରକାର ବଜେଟରେ ୧୯ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।
ହେଲେ, ସିଏମ କିଷାନ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସହ ଭୂମିହୀନଙ୍କୁ ସହାୟତା ମିଳିବ କି ନାହିଁ ତାହା ସ୍ପଟ ହୋଇନି। ପୂର୍ବରୁ ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୯ଲକ୍ଷରୁ ଅଧିକ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିଥିଲା। ହେଲେ ଦଳୀୟ ଭିତିରେ ଚୟନ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇ ଆସୁଛି।