ଆକ୍ସନ ମୁଡରେ ଭଦ୍ରକ ଜିଲ୍ଲାପାଳ । ଚାଷୀ ବେଶରେ ପହଞ୍ଚିଲେ, ଅନିୟମିତତା ଦେଖି ଅଧିକାରୀଙ୍କୁ କଲେ ସୋ କଜ୍ ନୋଟିସ୍ । ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧି ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ। ପରିଚୟ ଗୋପନ ରଖି ଚାଷୀଙ୍କ ସମସ୍ୟା ପଚାରି ବୁଝିଲେ । ସୂଚନାମୁତାବକ ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ୍ ସତ୍ତ୍ବେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍ନୀ ଛଟ୍ନୀ କରୁଛନ୍ତି ।
ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । ୮ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ହେବ ବୋଲି ସିଧା ସିଧା କହି ଦେଇଥିଲେ। ବାସ୍ ଫୈସଲା ଅନ୍ ସ୍ପଟ୍।