ଚିନ୍ମୟ ମିଶନ ପକ୍ଷରୁ ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଆବେଦନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭଗବତ ଗୀତାର ପ୍ରଚାର ପ୍ରସାର ତଥା ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ଅହରହ ଉଦ୍ୟମ କରୁଥିବା ଚିନ୍ମୟ ମିଶନ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏହାର ଏକ ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଜାଗା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯାଇଛି। ଜିଲ୍ଲା ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏ ନେଇ ଏକ ଆବେଦନ ପତ୍ର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏହା ଉପରେ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚିନ୍ମୟ ମିଶନ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ସମୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା, ମନ୍ଦିରରେ ହନୁମାନ ଚାଳିଶା ପାଠ ଓ ପ୍ରବଚନ, ସାମୁହିକ ପ୍ରସାଦ ସେବନ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମ ବର୍ଷସାରା ଚାଲୁ ରହିଛି।        By:-Laxmidhar Sahoo

ଅଧିକ ପଢନ୍ତୁ