ଖେଳନା ନେଲା ଜୀବନ । ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ । ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ପୁଅ ପ୍ଲାଷ୍ଟିକ୍ ଖେଳନାରେ ଖେଳୁଥିଲେ । ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନାର ଗୁଳିଟି ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବାରେ ଶିଶୁଟିକୁ କଷ୍ଟ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
