ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମାଳତୀ ଦେବୀ ପାକ ବିଦ୍ୟାଳୟ ପରିଧାନ ଯୋଜନା କରାଯିବ । ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ । ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ୱିକା ନାମରେ ନୂଆ ଯୋଜନା ରହିଛି । ଆମ କୁନିପିଲା ନାଁରେ ଯୋଜନା ରହିବ । ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ । ପୁଣି କହିଛନ୍ତି ଯେ ଓଡିଶା ୨୦୩୬ର ଯୋଜନା ପ୍ରସ୍ତୁତ କରାଯାଉଛି । ଭିତ୍ତିଭୂମିର ବିକାଶ ପାଇଁ ପଯ୍ୟାପ୍ତ ନିବେଶ କରାଯାଉଛି । ରାଜ୍ୟ ରାଜପଥ ଗୁଡିକୁ ୪ –ଲେନ କରାଯିବ । ମୁଖ୍ୟମନ୍ତ୍ରୀ ବସ ଯୋଜନାରେ ବସ ଯୋଗାଯୋଗ ସୁଦୃଢ କରାଯିବ । କେବଳ ମହିଳା କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ମହିଳା ବସ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ଶହ ୩୩ଟି ବସ ଷ୍ଟାଣ୍ଡ କରାଯିବ । ସୁବଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରକୁ ସବୁଦିନିଆ ବନ୍ଦରରେ ପରିଣତ କରାଯିବ । ଏକ ଶିଳ୍ପ କରିଡର ପ୍ରତିଷ୍ଠା କରାଯିବ । ଏକ ଏମଏସଏମଇ ହଷ୍ଟେଲ ପ୍ରତିଷ୍ଠା କରାଯିବ । ଏଥିରେ ବହୁତ କମ ଖର୍ଚ୍ଚରେ ୧୫ ହଜାର ଶ୍ରମିକ ରହିପାରିବ । ୯ଟି ବସ୍ତଶିଳ୍ପକୁ ଜିଆଇ ପାଇଁ ଆବେଦନ କରାଯିବ । ଇକୋ ଟୁରିଜିମକୁ ପ୍ରାଧାନ୍ୟ ଦିଆଯିବ ।
ଚିଲିକାକୁ ବିଶ୍ୱସ୍ତରୀୟ ପଯ୍ୟଟନସ୍ଥଳୀ କରିବାକୁ ପ୍ରୟାସ କରାଯିବ । ଭକ୍ତଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା କରାଯାଉଛି । ଏଥିରେ ଗରିବ ଭକ୍ତ ସଦରମହକୁମାରୁ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ମା ତାରିଣୀ ମନ୍ଦିରର ସମନ୍ୱିତ ବିକାଶ କରାଯିବ । ଯୋରନ୍ଦା ମହିମା ଗଦିକୁ ବିକଶିତ କରାଯିବ । ଏଥିରେ ପଯ୍ୟଟନ ମିତ୍ରଙ୍କୁ ନିଯୁକ୍ତ କରାଯିବ । ଦେଶର ବିଭିନ୍ନ ସହରରେ ପଯ୍ୟଟନ ପରବ କରାଯିବ ।