ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR-ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ

ଚିଲିକାର ହେବ ସୌନ୍ଦର୍ଯ୍ୟକରଣ। ପାଇବ ନୂଆ ରୂପ। ଚିଲିକା ଆଖପାଖ ଅଞ୍ଚଳକୁ କରାଯିବ ଉନ୍ନତିକରଣ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ହେବ ଚିଲିକା ହ୍ରଦ । ଏନେଇ ଆଇଆଇଟି ମାଡ୍ରାସ୍ ଓଷନୋଗ୍ରାଫି ସହ ବୁଝାମୁଣା ସ୍ବାକ୍ଷରିତ ହୋଇଛି। ୧୫ ଶହରୁ ୨ ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। ସୂଚନାମୁତାବକ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଚଳିକା ମୁହାଣ ପୋତି ହେବା କାରଣରୁ ପାଣି ସମୁଦ୍ରକୁ ଠିକ୍‌ ଭାବେ ଯାଇପାରୁ ନାହିଁ। ଏପରିକି ସମୁଦ୍ର ପାଣି ମଧ୍ୟ ଚିଲିକା ମଧ୍ୟକୁ ଠିକ ଭାବେ ପ୍ରବେଶ କରିପାରୁ ନାହିଁ। ଫଳରେ ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଛି। ଫଳରେ ଜୈବ ବିବିଧତା ସନ୍ତୁଳନ ରହିପାରୁ ନାହିଁ।

ଅଧିକ ପଢନ୍ତୁ