ଚେକିଂ ବେଳେ ଖସିଯାଉଥିବା ଅମାନିଆ ଚାଳକଙ୍କୁ ସାବାଡ କରିବା ପାଇଁ କଂଟା ଫର୍ମୁଲା ଆପଣାଇଛି ପୁଲିସ । 

ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌। ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି।ପୁଲିସ ଚେକିଂ ବେଳେ ରୋଡରୋମିଓଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ ହେବାକୁ ଯାଉଛି । ମଦୁଆଙ୍କୁ ସାବାଡ ପାଇଁ ଚେକିଂ ବେଳେ ଭୁଲ ରାସ୍ତାରେ କିମ୍ବା ୟୁ-ଟର୍ଣ୍ଣ କରି କିଛି ଚାଳକ ଫେରାର ହୋଇଯାଉଛନ୍ତି । ଆଉ କିଛି ପୁଲିସ ଉପରକୁ ଗାଡି ଚଢାଇ ଦେବାକୁ ଉଦ୍ୟମ ବି କରୁଛନ୍ତି । ଅତୀତରେ କମିଶନରେଟ ପୁଲିସର ବ୍ୟାରିକେଟ ଭାଙ୍ଗି କାର ଡ୍ରାଇଭର ରାତି ଅଧାରେ ଉତ୍ପାତ କରିଥିବା ଦେଖିବାକୁ ମିଳିଥିଲା ।

ଏସବୁକୁ ଆଖି ଆଗରେ ରଖି ପୁଲିସ ଏବେ ରାସ୍ତାରେ ଅମାନିଆଙ୍କ ପାଇଁ ରଙ୍ଗ ରାଇଡ ବ୍ୟାରିଅର ବ୍ୟବସ୍ଥା କରିଛି । ଏହି ରଙ୍ଗ ରାଇଡ ବ୍ୟାରିୟର ପ୍ରଚି ଚେକ ପୋଷ୍ଟରେ ରହିବ । ଆଉ ଖସିଯାଉଥିବା ଚାଳକଙ୍କ ଚକାତଳକୁ ଜାଲ ଭଳି ବ୍ୟ।।ରିଅର ବିଛାଇଦିଆଯିବ ।ସ୍ପାଇକ୍‌ ବ୍ୟାରିଅର୍‌ ହାଇକ୍ବାଲିଟି ଷ୍ଟିଲ୍‌ରେ ଗଠିତ। ଏହାର ଡିଜାଇନ୍‌ ଏମିତି ହୋଇଥାଏ ଯେ ବାଇକ୍‌ ହେଉ କି ଭାରୀଯାନ କେହି ବି ତାହାକୁ ଅତିକ୍ରମ କରି ଆଗକୁ ଯାଇପାରିବ ନାହିଁ। ଏହାକୁ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଭାବେ ରାସ୍ତାରେ ଫିଟ୍‌ କରାଯାଇପାରିବ। କେବଳ ବ୍ଲକିଂ ଚେକିଂ ନୁହେଁ, ଟ୍ରାଫିକ୍‌ ନିୟମ ସହିତ ସମସ୍ତଙ୍କୁ ଅଭ୍ୟସ୍ତ କରାଇବାକୁ ଏହି ବ୍ୟବସ୍ଥା ବେଶ୍ ସଫଳ ହେବ ବୋଲି କମିସନରେଟ୍‌ ପୁଲିସ ଆଶାବାଦୀ ରହିଛି।

ଅଧିକ ପଢନ୍ତୁ