ଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାରରୁ ଶବ ଚୋରି । ଏହି ଗ୍ରାମର ତାପସ ସାମଲଙ୍କ ମା’ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ସ୍ୱର୍ଗଦ୍ଵାରରେ ଶବକୁ ପୋତା ଯାଇଥିଲା । ଏହା ପରେ ଆଜି ଦଶାହ କର୍ମ ଥିବା ବେଳେ ପରିବାର ଲୋକେ ଦଶାହ କର୍ମ ପାଇଁ ସେଠାକୁ ଯାଇଥିଲେ । ସେଠାରେ ରୁକ୍ମଣୀ ପୋତା ହୋଇଥିବା ସ୍ଥାନକୁ କେହି ଖୋଳି ଶବ ନେଇ ଯାଇଥିବା ପରିବାର ଲୋକ ଦେଖିବା ପାଇଛନ୍ତି ।ଏପରିକି ଶବ ପୋତାଯାଇଥିିବା ସ୍ଥାନରେ ମଦ ବୋତଲ ଓ ପାଣି ବୋତଲ ମଧ୍ୟ ପଡିଥିଲା । ସନ୍ଦେହ ହେବାରୁ ଗାଁ ଲୋକଙ୍କୁ ଡାକିଥିଲେ ପୁଅ ତାପସ ।
ଶ୍ମଶାନରେ ଶବ ନଥିବା ଦେଖିବାକୁ ପାଇଥିଲେ ଗାଁଲୋକ । ଏନେଇ ମୃତକ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ ।ତେବେ ଏହି ମଶାଣିରୁ ଶବ ଚୋରି ହେବା କଥା କିଛି ନୂଆ କଥା ନୁହେଁ, ଗତ କିଛି ବର୍ଷ ତଳେ ମଧ ଏଠାରୁ ଶବ ଚୋରି ହୋଇଥିବା ବେଳେ ଏନେଇ ଭଣ୍ଡାରିପୋଖରୀ ଥାନା ରେ ଅଭିଯୋଗ ହୋଇଥିଲା । ପରେ ପୁଲିସ ତଦନ୍ତ କରିଥିଲେ କିନ୍ତୁ ଚୋରିର କାରଣ ଜଣା ପଡିନଥିଲା ।