କନ୍ଧମାଳ(ଓଡିଶା ଦର୍ପଣ )କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ଅଭିଯୁକ୍ତକୁ ଧରିବାକୁ ବାଲିଗୁଡ଼ା ଥାନା ଅଞ୍ଚଳକୁ ଆସିଥିଲେ ସାଧା ପୋଷାକଧାରୀ ପୋଲିସ୍। ତେବେ ସାଧା ପୋଷାକଧାରୀ ପୋଲିସକୁ ଦେଖି ଅପହରଣକାରୀ ବୋଲି ପାଟି କରିଥିଲା ଅଭିଯୁକ୍ତ । ଏହି ଖବର ପ୍ରସାରିତ ହୋଇଯିବା ପରେ ପୋଲିସକୁ ଲୋକେ ଅପହରଣକାରୀ ବୋଲି ସନ୍ଦେହ କରିଥିଲେ। ପରେ ନିର୍ଧୁମ ମାଡ଼ ମାରିଥିଲେ। ଏହି ଘଟଣା ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି ଏବଂ ଅଞ୍ଚଳବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛି।
