ଛତିଶଗଡର ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କଲେ ୨୬ ନକ୍ସଲ

ଛତିଶଗଡର ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ ମୁଣ୍ଡରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା । ସେହିପରି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ। ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଦାନ୍ତେୱାଡା ଏସ୍‌ପି ଗୌରବ ରାୟଙ୍କ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଉଛନ୍ତି ଜନମିଲିସିଆ, ଜନତାନ ସରକାର ଓ ଆରପିସି (ରିଭୋଲ୍ୟୁସନାରୀ ପାର୍ଟି କମିଟି)ର ସଦସ୍ୟ । ଏହା ଛଡା ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଙ୍ଗଠନ ଓ ଚେତନା ନାଟ୍ୟ ମଣ୍ଡଳୀ ଭଳି ନକ୍ସଲଙ୍କ ଛାମୁଆଁ ସଙ୍ଗଠନର ସଦସ୍ୟ ମଧ୍ୟ ଅଛନ୍ତି । ନକ୍ସଲଙ୍କ ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ ଛାଡି ସେମାନେ ବରିଷ୍ଠ ପୁଲିସ ଓ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଅଧିକ ପଢନ୍ତୁ

kc ads