ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ଏକାଧିକ ଆଇଇଡି ବ୍ଲାଷ୍ଟ, ୧୧ ସୁରକ୍ଷାକର୍ମୀ ଆହତ

ଛତିଶଗଡ଼ର ବିଜାପୁରର କାରେଗୁଟ୍ଟା ପାହାଡ଼ ଅଞ୍ଚଳରେ ନକ୍ସଲମାନେ ଏକାଧିକ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣ ଯୋଗୁଁ ଅତି କମରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଆହତ କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣ ଛତିଶଗଡ଼ ପୁଲିସ ୟୁନିଟର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଥିଲେ। ସେଭଳି ଜଣେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କମାଣ୍ଡ ବାଟାଲିଅନ୍‌ ଫର ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା କୋବ୍ରା ୟୁନିଟର ଥିଲେ।

ଆହତ କୋବ୍ରା ୟୁନିଟ୍ ଅଧିକାରୀଙ୍କୁ ୨୧୦ତମ ବାଟାଲିୟନର ସବ-ଇନ୍ସପେକ୍ଟର ରୁଦ୍ରେଶ ସିଂହ ଭାବରେ ଚିହ୍ନଟ କରାଯାଇଛି। ଗତ ବର୍ଷ ଏପ୍ରିଲ-ମେ ମାସରେ, କେନ୍ଦ୍ର ଏବଂ ରାଜ୍ୟ ସୁରକ୍ଷା ବାହିନୀ କାରେଗୁଟ୍ଟା ପାହାଡ଼ ଘେରି ରହିଥିବା ଘନ ଜଙ୍ଗଲରେ ୨୧ ଦିନିଆ ଏକ ବିଶାଳ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ଅତି କମରେ ୩୧ ନକ୍ସଲଙ୍କୁ ହତ୍ୟା କରାଯାଇଥିଲା ।

ଅଧିକ ପଢନ୍ତୁ