ଛାଡଖାଇରେ ଖାଇଗଲେ ୪ କୋଟି ଟଙ୍କାର ଆମିଷ

ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇବା ପରେ ଆଜି ପାଟିରେ ଟିକେ ଆମିଷ ବାଜିଛି । ସେପଟେ ଆମିଷ ବ୍ୟବସାୟ ମଧ୍ୟ ଭଲ ହୋଇଛି ।ଆଜି ରାଜଧାନୀରେ ମଟନ ବାବଦରେ ୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ ହୋଇଥିବା ବେଳେ, ଚିକେନ ବାବଦରେ ୧ କୋଟି ୧୧ ଲକ୍ଷ୍ ୨୫ ହଜାର ଟଙ୍କା ବ୍ୟସାୟ ହୋଇଛି ।

ସେହିଭଳି ମାଛ ବାବଦରେ ୧ କୋଟି ୩୦ ଲକ୍ଷ ଏବଂ ଅଣ୍ଡା ବାବଦରେ ୩୨ ଲକ୍ଷ୍ ୫୫ ହଜାର ଟଙ୍କାର ବ୍ୟବସାୟ ହୋଇଛି । ଭୁବନେଶ୍ୱରରେ ଆଜି ମୋଟ ୪ କୋଟି ୧ ଲକ୍ଷ୍ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା କହିଛନ୍ତି ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ସଭାପତି ଶେଖ୍ ମୁନ୍ତକିମ୍ ୱସ । ହାଟରେ ୨୦୦ ମାଛ ଦୋକାନ, ୨୩ ମଟନ ଦୋକାନ ଓ ୪୨ ଚିକେନ ଦୋକାନ ରହିଛି । ହୋଟେଲମାନଙ୍କରେ ଚିକେନ, ମଟନ, କଙ୍କଡା ଚିଙ୍ଗୁଡ଼ି ତରକାରୀ ସହ ସ୍ୱତନ୍ତ୍ର ପତ୍ରପୋଡ଼ା ସ୍ପେଶାଲ ଖାଦ୍ୟ ଗ୍ରାହକ ଖାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital