ଛାତ୍ରୀ ଆତ୍ମାହୁତି ଘଟଣା : କଥାଦେଲେ ରାଜ୍ୟପାଳ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ । ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଲେ । ଏମସ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ । ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଦେବାକୁ କହିଲେ । ଅନ୍ୟପଟେ ବାଲେଶ୍ବର ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ତିନି ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ।ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସହ ବୈଠକ। ବିଭାଗୀୟ ସଚିବଙ୍କଠାରୁ ସବିଶେଷ ତଥ୍ୟ ନେଇଥିବା ସୂଚନା। ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ CS ।

ଅଧିକ ପଢନ୍ତୁ

kc ads