ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି।ଛାତ୍ର ସଂସଦ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ ଦେଇଛନ୍ତି । ରାଜ୍ୟ ସରକାର ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କହିଛନ୍ତି, କଲେଜ ନିର୍ବାଚନ ପାଇଁ ଆମ ସକାରାତ୍ମକ ଅଛୁ । ଅନ୍ୟପଟେ ଛାତ୍ର ସଂସଦନିର୍ବାଚନ ନେଇ ସରକାରଙ୍କୁ ବିଜେଡି ସଭାନେତ୍ରୀ ଇପସିତା ସାହୁ ଟାର୍ଗେଟ କରିଛନ୍ତି । ସଭାନେତ୍ରୀ ଇପସିତା ସାହୁ କହିଛନ୍ତି ୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର । ସରକାର ଇଣ୍ଟରଲାନ ସର୍ଭେ କରି କ୍ୟାମ୍ପସରେ ସ୍ଥିତି ଭଲ ନଥିବା ଜାଣିଲେଣି । ବାଲେଶ୍ୱର ଘଟଣାରେ ଏବିଭିପି ବ୍ୟାକଫୁଟରେ ସରକାର ଦି ପାଦ ପଛରେ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ହୁଏ, ପୂଜା ପରେ ନିର୍ବାଚନ କରିପାରିବେନି । ଏଯାଏଁ ଏକାଡେମିକ କ୍ୟାଲେଣ୍ଡର କରିପାରି ନାହାନ୍ତି ।ତେବେ ଏନେଇ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦାବି ହେଉଛି। ୨୦୧୭ ମସିହା ପରଠୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଇନି।
