ରାଜଧାନୀକୁ ସୁନ୍ଦର ଓ ସବୁଜ ବନାନୀ କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି। ସହରାଞ୍ଚଳରେ ବୁଲିବ ସଚେତନତା ରଥ । ଯାହାର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କୃଷି ଭବନରେ ଏହି ସଚେତନତା ରଥକୁ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ସହରାଞ୍ଚଳ ଜୀବନଯାପନ ଏବଂ ଖାଦ୍ୟ ସୁରକ୍ଷା ସହିତ ସମନ୍ୱୟ ରଖି ଘର ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନର ଗୁରୁତ୍ୱ, କୌଶଳ ଓ ଲାଭ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା । ସହରାଞ୍ଚଳବାସୀଙ୍କ ମଧ୍ୟରେ ସ୍ଥାୟୀ ସୁସ୍ଥ ସହରୀ ଜୀବନଯାପନ ପାଇଁ ସଚେତନତା ସୃଷ୍ଟି କରିବା ସହିତ ସହରୀ ଉତ୍ତାପ ପ୍ରଭାବକୁ ହ୍ରାସ କରି ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଅନୁକୂଳ ପରିବେଶ ସୃଷ୍ଟି କରିବା l
