ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା’।

କଟକ ସାଲେପୁର ଜଗତପୁର ଥାନା ଅଧୀନ ଆତୋଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ଶୁଚିଶ୍ମିତା ତାଙ୍କ ଦୁଇ ବର୍ଷର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଚିତ୍କାର ଶୁଣି ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।ତେବେ ଆଜି ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital