ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ଘୋରଇ ସ୍କୁଲ ଗୁଡିକୁ ତାଗିତ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି, ସ୍ଥିତି ନିୟନ୍ତ୍ରଣରେ ରହିଥିବା ମନ୍ତ୍ରୀ କହିଛନ୍ତି।
ଏଥିସହିତ ସତର୍କ କରାଇ ମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅଂଶୁଘାତ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ସିଏଚ୍ସି ଏବଂ ପିଏଚ୍ସିକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ।