ଜଗନ୍ନାଥ ବିହାର ବାସଭବନରୁ ବାହାରିଲା ଶୋଭାଯାତ୍ରା

ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ଏଥିସହିତ ଏଭଳି ଦୁଃଖଦ ସମୟରେ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିକ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ବାସଭବନରେ କରୁଛନ୍ତି ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ ବନ୍ଧା ଆରମ୍ଭ ହୋଇଥିବାବେଳେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି ।

ଅଧିକ ପଢନ୍ତୁ