ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ନାବିଳିକା ଜଣକ ଏକୋଇଶିଆ ଭୋଜି ଖାଇ ସାଙ୍ଗ ସହିତ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।ଏହି ଗଣଦୁଷ୍କର୍ମରେ ୩ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି।ସୂଚନାମୁତାବକ ୩ ଜଣ ସାଙ୍ଗ ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଜୋର ଜବରଦସ୍ତ କରିଥିଲେ। ସେମାନଙ୍କ ହାବୁଡରୁ ୨ଜଣ ନାବାଳିକା ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ତେବେ ଜଣେ ନାବାଳିକୁ ୩ଜଣ ଯୁବକ ଧରି ନେଇ ଜଙ୍ଗଲକୁ ଟେକି ନେଇଥିଲେ ଏବଂ ସେଠାରେ ଗଣ ଦୁଷ୍କର୍ମ କରିଥିଲେ ବୋଲି ସୂଚନା ମିଳିଛି।ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ।
