ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ ହୋଇଗଲାଣି। ଖାସ କରି ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯଦି ସ୍ଥିତି ଏମିତି ହେଲାଣି ତାହାଲେ ଆଗାମୀ ଦିନରେ କଣ ହେବ ବୋଲି ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜଙ୍ଗଲ ନିଆଁ ପ୍ରତି ସରକାର ସଚେତନ ଅଛନ୍ତି । ଜଙ୍ଗଲକୁ ଲାଗିଥିବା ଗାଁ ଗୁଡିକରେ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାନ୍ତି । ହେଲେ ଏବେ ରାଜ୍ୟରେ ବିଶେଷ ନିଆଁ ଲାଗିନାହିଁ । ୩୧୦ ଛୋଟ ଛୋଟ ପଏଣ୍ଟରେ ଏବେ ନିଆଁ ଲାଗିଛି ।
ନିଆଁକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସ୍କ୍ବାଡ୍ ଅଛନ୍ତି । ଘନ ଜଙ୍ଗଲରେ ନିଆଁ ରୋକିବା ସେମାନଙ୍କ ଲକ୍ଷ୍ୟ ରହିଛି । ଯଦି ଦେଖିବା ମୟୂରଭଞ୍ଜରୁ ସୁନ୍ଦରଗଡ଼, ନୂଆପଡ଼ାରୁ ଅନୁଗୁଳ। ସବୁଠି ଜଙ୍ଗଲ ଜଳିବା ସହିତ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହେଲାଣି। କେବଳ ସେତିକି ନୁହେଁ ଜଙ୍ଗଲି ନିଆଁ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଲାଣି।