ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ

ଜଙ୍ଗଲ ସୁରକ୍ଷାରେ ଗଡିବ ୧୩୯ ଗାଡ଼ି । ଜଙ୍ଗଲ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗକୁ ୩ ପ୍ରକାରର ୧୩୯ ଟି ଯାନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।ଏହି ଯାନ ଗୁଡ଼ିକ ମଧ୍ୟରେ ରହିଛି ୫୧ ଟି ଅଲ-ଟେରେନ୍ ଯାନ, ୪୧ଟି ଜଳ ସିଞ୍ଚନ ଅଗ୍ନି ନିର୍ବାପକ ଏବଂ ୪୭ ଟି ଅଗ୍ନି ନିରାକରଣ ସହାୟତା ଯାନ ।

ରାଜ୍ୟରେ ଥିବା ୧୯ ଗୋଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ ଗୋଟି ସଂରକ୍ଷିତ ଅଞ୍ଚଳକୁ ଏଗୁଡ଼ିକୁ ବଣ୍ଟନ କରାଯାଇଛି । ଏହି ଗାଡ଼ିଗୁଡ଼ିକ ଜଙ୍ଗଲର ପ୍ରତି ସ୍ଥାନକୁ ଯିବାକୁ କ୍ଷମତା ରଖିଛି। ବାଲି, ମାଟି, କାଦୁଅ, ପଥର ଉପରେ ଚଢି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ । ପ୍ରାକୃତିକ ବିପଦକୁ କମ୍ କରିବା ସହ ଗୁପ୍ତ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ ।

ଅଧିକ ପଢନ୍ତୁ