ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ। ତେଣୁ ପୋଲିସ ଏନ୍କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ଏବେବି ଗୁଳିବିନିମୟ ଜାରି ରହିଛି।ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ପୋରଣ ହୋଇଛି । STF ଏବଂ DRG ଯବାନ ମାଓ ଦମନ ପାଇଁ କମ୍ବିଂ ଅପରେସନରେ ଯାଇଥିବା ବେଳେ ମାଓବାଦୀ କରିଥିଲେ IED ବିସ୍ପୋରଣ । ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
