ଜଙ୍ଗଲ ନିଆଁ ଜଗୁଛି ଏଆଇ କ୍ୟାମେରା

ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ଲାଗିଛି ୪ଟି କ୍ୟାମେରା । ପିସିସିଏଫ୍‌ ସୁରେଶ ପନ୍ତ ଏହି ସୂଚନା ଦେଇଛନ୍ତି । ପିସିସିଏଫ କହିଛନ୍ତି,ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ କରାଯାଉଛି । ତେବେ ରାଜ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଅତ୍ୟାଧୁନିକ ଏଆଇ କ୍ୟାମେରା। ନିଆଁ ଲାଗିବା ମାତ୍ରେ ୩ ରୁ ୫ ମିନିଟ ମଧ୍ୟରେ ଖବର ପାଇବ ବନ ବିଭାଗ। ଖବର ପାଇବା ମାତ୍ରେ ତତ୍କାଳ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିବ। ଅତ୍ୟାଧୁନିକ ଏଆଇ କ୍ୟାମେରା ୨୦ କିଲୋମିଟର ଦୂରରୁ ସଠିକ ନିଆଁ ତଥ୍ୟ ଦେଇ ପାରିବ। ଶିମିଳିପାଳ ଜଙ୍ଗଲରେ ୫ଟି ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସାତକୋଶିଆ, ଅନୁଗୁଳ ଢେଙ୍କାନାଳ ଜଙ୍ଗଲରେ ଆଉ ୬ଟି ଅତ୍ୟାଧୁନିକ ଇଓ କ୍ୟାମେରା ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଅଧିକ ପଢନ୍ତୁ