ଜଣାପଡ଼ିଲା FM ଛାତ୍ରୀଙ୍କୁ କିଏ ଆଣି ଦେଇଥିଲା ପେଟ୍ରୋଲ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା ।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି।ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍‌ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି ମେମ୍ବରଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚରାଉଚରା କରିଥିଲେ। ଏଥିସହ ସ୍ଥାନୀୟ ପେଟ୍ରୋଲ ପମ୍ପକୁ ଯାଇ ତଦନ୍ତ କରିଥିଲେ। ଘଟଣା ଦିନ ଜଣେ ଯୁବତୀ ବ୍ୟାଟେରୀଚାଳିତ ସ୍କୁଟି ଯୋଗେ ଯାଇ ଏକ ବୋତଲରେ ୧ଲିଟର ପେଟ୍ରୋଲ ଆଣିଥିବା ସମ୍ପର୍କରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଯିଏ ପେଟ୍ରୋଲ ଆଣିଥିଲେ, ତାଙ୍କର ଉକ୍ତ ଛାତ୍ରୀଙ୍କ ସହ ସମ୍ପର୍କ କଣ, ସେ ଏବିଭିପି ସଙ୍ଗଠନ ସହ ଜଡ଼ିତ କି ନାହିଁ, ଏହି ପେଟ୍ରୋଲ କଲେଜକୁ ଯାଇଥିଲା କି, ସେ ସମ୍ପର୍କରେ ଏହି ଟିମ୍‌ ଅନୁଧ୍ୟାନ କରିଛନ୍ତି। ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରହିଛି।

ଅଧିକ ପଢନ୍ତୁ

Odisha Darpan Digital