ମହିଳା ମାଓବାଦୀ ବଛେଲା ଅଟାମି ଓରଫ ଜାନସୀ ଆତ୍ମସମର୍ପଣ କରିଛନ୍ତି ।ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ । ଜାନସୀଙ୍କ ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ନଭରୀ ଏରିଆ ମାଓ ସଂଗଠନର ସକ୍ରିୟା ସଦସ୍ୟା ଜାନସୀ ।ଆଜି ସେ ଆତ୍ମସମର୍ପଣ କରିଛନ୍ତି। ଗରିଆବନ୍ଧ, ଧମତରି ଏବଂ ନୂଆପଡା ଅଞ୍ଚଳରେ ସକ୍ରିୟ ନକ୍ସଲ ବିରୋଧରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ସୁରକ୍ଷା ବାହିନୀର ନକ୍ସଲ ଅପରେସନରେ ନକ୍ସଲବାଦ ପ୍ରଭାବିତ ହେଉଛି। ମୈନପୁର ନକ୍ସଲ ଏନକାଉଣ୍ଟରରେ ସଫଳତା ପରେ, ଏବେ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ସେପ୍ଟେମ୍ବର ୧୧ ରେ, ସୁରକ୍ଷାବାହିନୀ ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଥିଲା।
