ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ ।

ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ନଆସିବାକୁ ସେ ଧମକାଉଥିଲେ । ତେବେ ପୋଲିସ କୌଶଳ କରି ତାଙ୍କୁ ଗିରଫ କରିଛି । କାହିଁକି ଛୁଟିକୁ ନେଇ ଏଭଳି ଘଟଣା ହେଲା, ପୋଲିସ ତାର ତଦନ୍ତ କରୁଛି । ତେବେ ଅମିତ କୁମାର ମାନସିକ ସ୍ତରରେ ଠିକ ନଥିବା ସନ୍ଦେହ କରୁଛି ପୋଲିସ ।

ପୋଲିସ କହିଛି ଯେ ଯେତେବେଳେ ସିନିୟରମାନେ ଅମିତଙ୍କୁ ଛୁଟି ଦେବାକୁ ମନା କରିଥିଲେ, ସେତେବେଳେ ସେ ରାଗି ଯାଇଥିଲେ।ଅମିତ ସରକାର ହେଉଛନ୍ତି ପଶ୍ଚିମବଙ୍ଗ ସୋଦପୁର ଘୋଲାର ବାସିନ୍ଦା । ସେ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ କାର୍ୟ୍ୟ କରନ୍ତି । କିଛିଦିନ ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ ଅମିତ ।

ଅଧିକ ପଢନ୍ତୁ