ଜାତୀୟ ଅନ୍ତର୍ଜାତୀୟ କାଇଟ ଫେଷ୍ଟିଭାଲରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରଭାତ

ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି…ଏବେ ସେ ଜଣେ ଜଣାଶୁଣା ଜାତୀୟ ଓ ଆନ୍ତର୍ଜାତୀୟ କାଇଟ ପ୍ଲେୟାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟମାନଙ୍କୁ ଶିଖାଉଛନ୍ତି ଗୁଡି ଉଡାଇବାର କୌଶଳ ।ଗୁଡି ଉଡାଇବାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ପ୍ରଭାତ । ପ୍ରଭାତ ୨୦ରୁ ଅଧିକ ଅନ୍ତର୍ଜାତୀୟ କାଇଟ ଗେମରେ ଭାଗ ନେଇଛନ୍ତି । ଗତ ୨୦୨୫ ଅଗଷ୍ଟରେ ଶ୍ରୀଲଙ୍କାର କଲମ୍ବୋ ଇଣ୍ଟରନେସନାଲ କାଇଟ ଫେଷ୍ଟିଭାଲରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚାମ୍ପିଅନ୍ ହୋଇଥିଲେ। ୨୦୨୩ରେ ମାଲେସିଆରେ ହୋଇଥିବା ୱାର୍ଲ୍ଡ କାଇଟ ଫେଷ୍ଟିଭାଲରେ ତୃତୀୟ ସ୍ଥାନ ହାସଲ କରିଥିଲେ ପ୍ରଭାତ। ଏଥିରେ ୫୫ ଟି ଦେଶର କାଇଟ ପ୍ଲେୟାର ଭାଗ ନେଇଥିଲେ। ୨୦୨୫ ଡ଼ିସେମ୍ବର ୨୬ ରେ କେରଳ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ମଧ୍ୟ ପ୍ରଭାତ ଚାମ୍ପିଅନ୍ ହୋଇଥିଲେ।କାଇଟ ଗେମ୍ କୁ ଓଡ଼ିଶାରେ ଅଧିକ ପ୍ରଚାର ପ୍ରସାର କରିବା, ଓଡ଼ିଶାରୁ ଭଲ ଆନ୍ତର୍ଜାତିକ କାଇଟ ପ୍ଲେୟାର ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି ପ୍ରଭାତ। ଏଥି ପାଇଁ ସେ କରିଛନ୍ତି କାଇଟ ମାଇନ ଟିମ୍। ଏଥିରେ ୨୦ ଜଣ ଓଡ଼ିଆ ପିଲା ରଖି ଗୁଡ଼ି ଉଡ଼ାଇବା ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେଉଛନ୍ତି।ପ୍ରଭାତ ପୂର୍ବରୁ ବ୍ୟବସାୟ କରୁଥିଲେ। ପରେ କାଇଟ ଗେମ୍ କୁ ଫୁଲ ଟାଇମ୍ ପ୍ରଫେସନ କରିଥିବା ବେଳେ ଏହାକୁ ନେଇ ମଧ୍ୟ ବ୍ୟବସାୟ କରୁଛନ୍ତି। ଚାଇନା, କଲମ୍ବିଆ ସହିତ ବିଭିନ୍ନ ଦେଶରୁ ଗୁଡ଼ି ସଂଗ୍ରହ କରିଥାନ୍ତି ପ୍ରଭାତ। ପ୍ରଭାତଙ୍କ ପାଖରେ ଏବେ ଶହେରୁ ଅଧିକ ବିଭିନ୍ନ କ୍ୟାରେକ୍ଟରର ଗୁଡ଼ି ରହିଛି। ସେ ଦେଶ ବିଦେଶରେ ବିଭିନ୍ନ ଇଭେଣ୍ଟରେ କାଇଟ ଫେଷ୍ଟିଭାଲ ଆୟୋଜନ କରୁଛନ୍ତି। ବିଭିନ୍ନ ମାସ୍କଟ ସହ ମଙ୍କି, ଡଗ୍, ପାନ୍ଥର, ଅକ୍ଟୋପସ, ବାର୍ଡ ସମେତ ବିଭିନ୍ନ ପ୍ରକାର ଗୁଡି ରଖିଛନ୍ତି ପ୍ରଭାତ। ଯାହାକି ଭାରତରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି କାଇଟ ଗେମରେ ।

ଅଧିକ ପଢନ୍ତୁ