ଜନ୍ମଦିନରେ ନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ

ଜନ୍ମଦିନରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଅସାବଧାନତା କାରଣରୁ ନିଜ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି। ସେ ଆମେରିକାରେ ରହି ପାଠ ପଢୁଥିଲେ।ମୃତକ ଜଣକ ହେଲେ ଭାରତୀୟ ଛାତ୍ର। ନଭେମ୍ବର ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ଛାତ୍ର ଆର୍ଯ୍ୟନ ରେଡ୍ଡୀଙ୍କର ମୃତ୍ୟୁ ହୋଇଛି। ଜନ୍ମଦିନ ପାଳନ ପାଇଁ ଆର୍ଯ୍ୟନଙ୍କ ସାଙ୍ଗମାନେ ତାଙ୍କ ଘରକୁ ଆସିଥିଲେ।

ସେମାନେ ଅନ୍ୟ ଏକ ରୁମ୍‌ରେ ଏଥିପାଇଁ ପ୍ରସ୍ତୁତ ଚଳାଇଥିଲେ। ଏପଟେ ଆର୍ଯ୍ୟନ ରେଡ୍ଡୀ ନିଜ ଶିକାରୀ ବନ୍ଧୁକ କାଢ଼ି ସଫା କରୁଥିଲେ। ହେଲେ ଅସାବଧାନତା ବଶତଃ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଛାତିରେ ବାଜିଥିଲା । ଛାତ୍ରଙ୍କ ନାଁ ଆର୍ଯ୍ୟନ ରେଡ୍ଡୀ (୨୩)। ତାଙ୍କ ଘର ତେଲାଙ୍ଗାନାରେ। ନଭେମ୍ବର ୧୩ରେ ଏହି ଅଘଟଣ ଘଟିଥିଲା। ଏବେ ତାଙ୍କ ମୃଦଦେହ ଭାରତରେ ପହଞ୍ଚିବ। ରିପୋର୍ଟରୁ ଜଣାପଡିଛି ଯେ ଆର୍ଯ୍ୟନ ଆମେରିକାରେ ଏକ ଶିକାର ବନ୍ଧୁକ ଲାଇସେନ୍ସ ପାଇଥିଲେ। ଜନ୍ମଦିନରେ ବନ୍ଧୁକ ବ୍ୟବହାର କରୁଥିବା ସମୟରେ ହଠାତ୍ ଗୁଳିଫୁଟି ତାଙ୍କ ଶରୀରରେ ବାଜିଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ