ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟ

ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଦକ୍ଷିଣ କାଶ୍ମୀରର ସରକାରୀ ଡାକ୍ତରଖାନାରେ ୧୩ ଜଣ ଆହତଙ୍କ ଚିକିତ୍ସା କରାଯାଉଥିବା ବେଳେ ଅନନ୍ତନାଗ ଡାକ୍ତରଖାନାରେ ଚାରି ଜଣଙ୍କ ଚିକିତ୍ସା କରାଯାଉଛି। ସେହିପରି ଗୁରୁତର ଆହତ ହୋଇଥିବା ଜଣେ ନାଗରିକଙ୍କୁ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି।

ତେବେ ଏହା ଏକ ଦୁଃଖଦ ଘଟଣା ଏବଂ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ସ୍ୱାସ୍ଥ୍ୟ ମନ୍ତ୍ରୀ ସାକିନା ଇଟୁ । ଅପରପକ୍ଷରେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ମୃତକଙ୍କ ସଂଖ୍ୟା ଘୋଷଣା କରିନାହାଁନ୍ତି।

ଅଧିକ ପଢନ୍ତୁ

kc ads