କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତବାସୀଙ୍କୁ ପୂର୍ଣ୍ଣ ସମର୍ଥନ ଓ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଖବର ବୋଲି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି। ଆତଙ୍କବାଦ ବିରୋଧରେ ଆମେରିକା ଭାରତ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ଏହି ନିର୍ଦ୍ଦୟତା ପୂର୍ଣ୍ଣ ଅପରାଧର କୌଣସି ଯର୍ଥାଥତା ନାହିଁ , ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ବାର୍ତ୍ତାରେ କହିଛନ୍ତି । ସେହିପରି ଇଜ୍ରାଏଲ, ଇରାନ, ଇଟାଲୀ, ଶ୍ରୀଲଙ୍କା ସମେତ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ପହଲଗାମରେ ମାନବତା ଉପରେ ହୋଇଥିବା ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
