ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ରୋଗୀଙ୍କୁ ଅତି ଜରୁରି ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ’ ଯୋଜନାକୁ ମଞ୍ଜୁର ମିଳିଛି । ନୂଆ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହା ସମସ୍ତ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବ । ସେଥିପାଇଁ ଏକ ଏକ୍ସପର୍ଟ କମିଟି ଗଠନ ହୋଇଛି । ସେଥିରେ ଡିଏମ୍ଇଟି ଓ ଡିଏଚ୍ଏସ୍ ଅଛନ୍ତି । ଅତିରିକ୍ତ ଡିଏମ୍ଇଟି ଏହାର ନୋଡାଲ ଅଫିସର ଅଛନ୍ତି। ମେଡିକାଲ କଲେଜରୁ ଜଣେ ବିଶେଷଜ୍ଞ କମିଟିରେ ଅଛନ୍ତି । ସେ ରୋଗୀଙ୍କ ରୋଗ ସମ୍ପର୍କରେ ଯାଞ୍ଚ କରିବେ । ରୋଗୀଙ୍କୁ ଏୟାର ଲିଫ୍ଟିଂ ଆବଶ୍ୟକ କି ନାହିଁ ତାହା ଉପରେ ମତ ରଖିବେ । ଶେଷରେ ଏୟାର ଲିଫ୍ଟିଂ ନେଇ କମିଟି ନିଷ୍ପତ୍ତି ଗ୍ରହଣ କରିବେ । ଏବଂ ଏ ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବେ ।ଷ୍ଟେଟ୍ ନୋଡାଲ ଅଫିସର ଘରୋଇ ଏୟାର ଆମ୍ବୁଲାନ୍ସ ସଂସ୍ଥା ସହ ଯୋଗାଯୋଗ ସ୍ଥାପନ କରିବେ । ସମସ୍ତ ଖର୍ଚ୍ଚ ଓ ଆମ୍ବୁଲାନ୍ସରେ ରୋଗୀକୁ ସ୍ଥାନାନ୍ତରଣ କ୍ଷେତ୍ରରେ ପ୍ରକ୍ରିୟା ପରିଚାଳନା କରିବେ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରୁ ଏହି ଅର୍ଥ ବହନ କରାଯିବ ।
