ଜରୁରୀକାଳୀନ ପରିସ୍ଥିତି ଘଟଣା – କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲା ବିଜେପି

ରାୟଗଡା (ନିପ୍ର) ୨୫/୦୬ – ୧୯୭୫ ଜୁନ ୨୫ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଭ୍ୟନ୍ତରୀଣ ଅଶାନ୍ତି ବାହାନାରେ ଭାରତରେ ଯେଉଁ ଜରୁରୀକାଳୀନ ପରିସ୍ଥିତି ଜାରୀ କରିଥିଲେ ତାହାକୁ ତୀବ୍ର ବିରୋଧ କରିଛି ରାୟଗଡା ବିଜେପି । ଏ ନେଇ ରାୟଗଡା ବିଜେପି ଜିଲ୍ଲା ସଭାପତି ଗୋପି ଆନନ୍ଦଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ପାର୍ଟି ଗଣମାଧ୍ୟମର ସ୍ୱାଧୀନତା, ନ୍ୟାୟପାଳିକାର ନିରପେକ୍ଷତା ଏବଂ ଭାରତର ନାଗରିକ ମାନଙ୍କ ମୌଳିକ ଅଧିକାରକୁ ମଧ୍ୟ ଚୂର୍ଣ୍ଣ କରିଦେଇଥିଲା ବୋଲି ଶ୍ରୀଆନନ୍ଦ ପ୍ରକାଶ କରିଥିଲେ । ଏଥି ସହ ୧୯୭୧ ନିର୍ବାଚନ ବିଜୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ବିରୋଧ ପ୍ରାର୍ଥି ରାୟ ନାରାୟଣ ଦୂର୍ନିତିଗ୍ରସ୍ତ ଆଚରଣ ଏବଂ ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟରେ ନିର୍ବାଚନକୁ ଚ୍ୟାଲେଜଂ କରିଥିଲେ । ୧୨ ଜୁନ ୧୯୭୫ରେ କୋର୍ଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ୬ ବର୍ଷ ପାଇଁ କୌଣସି ନିର୍ବାଚିତ ପଦବୀରେ ରହିବା ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କଲେ ।

ଏହା ପରେ ଦେଶରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଥିଲା ଏବଂ ୨୫ ଜୁନ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ୧୯୭୫ ମସିହାରେ ଦେଶର ରାଜନୈତିକ ଉଦ୍ୟେଶ ରଖି ଜାରୀ ହୋଇଥିବା ଜରୁରୀକାଳୀନ ପରିସ୍ଥତିକୁ ବିଜେପି ଦଳ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାଳୀରାମ ମାଝି, ବସନ୍ତ ଉଲ୍ଲାକା, ରଜତ ମାଦଳା, ପ୍ରତାପ ପୁଆଲା, ପଦ୍ମନାଭ ଦାଶ, ୟାଲା କୋଣ୍ଡାବାବୁ, ଉମେଶ ଖୋସଲା, ନିଲାଦ୍ରି ପାତ୍ର, ପ୍ରିତମ କୁମାର, ମହିଳା ନେତ୍ରୀ ରଂଜନା ଉପାଧେୟା, ଲଷ୍ମୀ ବୁରୁଡି, ଅଶ୍ୱିନୀ କଂଚଡା, ମଂଜୁଲା ମିଣିୟାକା, ରାୟଗଡ ନଗର ସଭାପତି ରାଜେଶ ପାଣିଗ୍ରାହି, ଅନିଲ ଜାଡି ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ

kc ads