ଜଳିଗଲା ପୁରା ପ୍ଲେନ୍ । ଜଳିଗଲେ ଶହ ଶହ ଯାତ୍ରୀ । ବିମାନର ଲୁହା ଖଣ୍ଡ ବିସ୍ଫୋରଣରେ ତରଳି ଗଲା । କିନ୍ତୁ ପ୍ଲେନରେ ଥିବା ଶ୍ରୀମଦ ଭାଗବତ ଗୀତା କିଛି ବି ହୋଇନି । ଅବିଶ୍ବସନୀୟ, ଅକଳ୍ପନୀୟ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ଧର୍ମ ଉପରେ ବିଶ୍ବାସ ଅଧିକ ବଢ଼ିଯିବ ।
ଶ୍ରୀମଦ ଭାଗବତ ଗୀତାର ମହତ୍ତ୍ବ କଥା କିଏ ବା ନଜାଣେ । କିଛି ଲୋକ ଗୀତାକୁ ସାଙ୍ଗରେ ଧରି ଯାତ୍ରା କରନ୍ତି । ସମାନ ଭାବେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ – ୧୭୧ ଫ୍ଲାଇଟରେ ବି କେହି ଜଣେ ଯାତ୍ରୀ ଗୀତାକୁ ସାଙ୍ଗରେ ଧରି ହୁଏତ ଯାତ୍ରା କରୁଥିଲେ । ଯାତ୍ରୀ ସିନା ପ୍ଲେନ୍ କ୍ରାସ୍ ରେ ପ୍ରାଣ ହରାଇଲେ କିନ୍ତୁ ସେ ସାଙ୍ଗରେ ନେଇ ଯାଇଥିବା ଶ୍ରୀମଦ ଭାଗବତ ଗୀତାର କିଛି ବି ହୋଇନି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢ଼ୁଛି ।ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ପାଉଁଶ ତଳୁ ଏକ ଶ୍ରୀମଦ୍ ଭାଗବତ ଗୀତା ପାଇଥିଲେ । ତେବେ ପ୍ଲେନ୍ କ୍ରାସରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଶ୍ରୀମଦ୍ ଭାଗବତ ଗୀତା ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଫ୍ଲାଇଟର ଲୁହା ତରଳି ଯାଇଛି । କିଛି ଲୋକ ଏମିତି ପୋଡ଼ି ଯାଇଛନ୍ତି ଯେ ସେମାନଙ୍କର ଡିଏନଏ ପରୀକ୍ଷା ହେଲେ ବି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିବ । ଏପରିସ୍ଥଳେ ଗୀତାର ଫର୍ଦ୍ଦେ କାଗଜ ବି ନଷ୍ଟ ହୋଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ଦୁର୍ଘଟଣାରେ ଏଭଳି ଖବର ଶୁଣିବା ପରେ ଲୋକମାନେ ଏହାକୁ ସବୁଠାରୁ ବଡ଼ ଚମତ୍କାର ବୋଲି କହୁଛନ୍ତି ।