ଜଳେଶ୍ଵର ବିଜେଡି ବିଧାୟକ ଓ ନର୍ଲା ବିଜେଡି ବିଧାୟିକାଙ୍କୁ ହାଇକୋର୍ଟରୁ ଝଟକା

ବିଜେଡି ବିଧାୟିକା ମନୋରମା ମହାନ୍ତି ଓ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ ।ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ । ସେହିପରି ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ମାମଲା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ।

ତେବେ ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲା ଖାରଜ ପାଇଁ ବିଧାୟିକା ମନୋରମା ମହାନ୍ତି ଓ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରେ ଆବେଦନ କରିଥିଲେ ।

ଅଧିକ ପଢନ୍ତୁ