ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି

ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଶ୍ରୀପଦ । ବଦଳି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ କରିଥିଲେ । ଜଷ୍ଟିସ ଶ୍ରୀପଦଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ । ଜଷ୍ଟିସ ଶ୍ରୀପଦ ଖୁବଶୀଘ୍ର ଓଡିଶା ହାଇକୋର୍ଟରେ ଯୋଗଦେବେ ।୨୦ ଜୁଲାଇ, ୧୯୬୪ ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଦୀକ୍ଷିତଙ୍କୁ ପ୍ରଥମେ ୧୪ ଫେବୃଆରୀ, ୨୦୧୮ ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ପରେ ୭ ଜାନୁଆରୀ, ୨୦୨୦ ରେ ସ୍ଥାୟୀ ବିଚାରପତି ହୋଇଥିଲେ।

ଅଧିକ ପଢନ୍ତୁ