ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ।୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ ସମୁଦାୟ ପାଇଁ ନବସୃଜନ ଓ ପ୍ରଯୁକ୍ତିବିଦ୍ୟାରେ ପ୍ରବେଶାଧିକାରକୁ ଗଣତାନ୍ତ୍ରିକ କରିବା”—ଡକ୍ଟର ମହାପାତ୍ରଙ୍କର ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଜନିତ ମୃତ୍ୟୁହାର ହ୍ରାସ କରିବାରେ ଅଗ୍ରଣୀ କାର୍ଯ୍ୟକୁ ଆଲୋକପାତ କରେ।
ତାଙ୍କର ବୈଜ୍ଞାନିକ ଅବଦାନ କେବଳ ଭାରତ ନୁହେଁ, ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳରେ ଥିବା ଡବ୍ଲ୍ୟୁଏମଓ/ଇଏସସିଏପି ପ୍ୟାନେଲର ୧୩ଟି ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ଉଲ୍ଲେଖନୀୟ ଉପକାର କରିଛି।ବିଶ୍ୱ ପାଣିପାଗ ସଂଗଠନର ମହାସଚିବ ସେଲେଷ୍ଟ ସାଉଲୋ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ଜିତିବା ଥିବା ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ପ୍ରଶଂସା କରି କହିଛନ୍ତି “ଭାରତର ସାଇକ୍ଲୋନ ମ୍ୟାନ” ଭାବେ ବ୍ୟାପକ ଭାବେ ଜଣାଶୁଣା ଡକ୍ଟର ମହାପାତ୍ର ତାଙ୍କର ଅଗ୍ରଣୀ ଓ ଲୋକଙ୍କ ପାଇଁ କରୁଥିବା ପୂର୍ବାନୁମାନ ସମଗ୍ର ଅଞ୍ଚଳରେ ଅଗଣିତ ଜୀବନ ରକ୍ଷା କରିଛି। ମୁଁ ବହୁତ ଆନନ୍ଦିତ ଯେ ମୋର ଭଲ ବନ୍ଧୁ ମୃତ୍ୟୁଞ୍ଜୟ ମହାପାତ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ,ଟ୍ରପିକାଲ ସାଇକ୍ଲୋନର ପୂର୍ବାନୁମାନ ଏବଂ ଚେତାବନୀ ପ୍ରଣାଳୀରେ ତାଙ୍କର ଅସାଧାରଣ ଅବଦାନ ପାଇଁ ବିଶ୍ୱର ଶ୍ରେଷ୍ଠ ବିପର୍ଯ୍ୟୟ ବିପଦ ହ୍ରାସ ପୁରସ୍କାର ମଧ୍ୟରୁ ଗୋଟିଏ ଜିତିଛନ୍ତି।